କୃଷି
ନବରଙ୍ଗପୁର ଏକ କୃଷି ବହୁଳ ଜିଲ୍ଲା ଏବଂ ଏହାର ଶତକଡା ଅଧିବାସୀ ନିଜ ଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ. ଜଳସେଚନର ଅଭାବ ହେତୁ କୃଷକ ମାନେ ସାଧାରଣତଃ ବୃଷ୍ଟି ଜଳ ଉପରେ ଭରସା କରିଥାନ୍ତି.
ଉଦ୍ଦେଶ୍ୟ
- ସମସ୍ତ ଫସଲର ଉତ୍ପାଦନରେ ବୃଦ୍ଧି ଘଟାଇବା
- ଉତ୍ପାଦିତ ବୀଜ ପୁନଃସ୍ଥାପନ ହାରରେ ଉନ୍ନତି ଆଣିବା
- ସମନ୍ୱିତ ପୋଷକ ପରିଚାଳନା ପାଇଁ କୃଷକ ମାନଙ୍କୁ ସୂଚିତ କରିବା
- ସମନ୍ୱିତ କୀଟନାଶକ ପରିଚାଳନା ବିଷୟରେ କୃଷକ ମାନଙ୍କୁ ଶିକ୍ଷିତ କରାଇବା
- ମୃତ୍ତିକା ପରୀକ୍ଷଣ ଦ୍ୱାରା ଜମିର ଉର୍ବରତା ଆକଳନ କରିବା
- ସେଚିତ ଜଳର ସଦୁପଯୋଗ କରି ଅଧିକା ଫସଲ ଉତ୍ପାଦନ କରିବା
- ଫସଲ ପାଇଁ ୠଣର ବ୍ୟବହାର କରିବା
- କୃଷକଙ୍କ ଠାରୁ ଫସଲ ବୀମା ଗ୍ରହଣ କରିବା
- କୃଷି କ୍ଷେତ୍ରରେ ଶ୍ରମ ଅଭାବ ମୁକାବିଲା ନିମନ୍ତେ ସାମୁହିକ କୃଷିକ୍ଷେତ୍ର ଯାନ୍ତ୍ରିକୀକରଣ କୁ ସାର୍ବଜନୀନ କରିବା
- ଜଳନିଧି ଯୋଜନା ଦ୍ୱାରା ଜଳସେଚନ ସାମର୍ଥ୍ୟ ବୃଦ୍ଧି କରାଇବା
- କୃଷି ସେବା ଓ ବାଣିଜ୍ୟିକ କୃଷି ଉଦ୍ୟୋଗ ପ୍ରତିଷ୍ଠା ଦ୍ୱାରା ଯୁବ କୃଷି ପେଷାଦାରମାନଙ୍କ ଆୟ ବୃଦ୍ଧି କରାଇବା
- ପ୍ରଦର୍ଶନ ଦ୍ୱାରା ଉନ୍ନତ ପଦ୍ଧତିର ଫସଲ ଚାଷକୁ ସାର୍ବଜନୀନ କରିବା
- ମିନିକିଟ କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ କିସମର ଶସ୍ୟର ସାର୍ବଜନୀନ କରିବା
- ଇ-ପେଷ୍ଟ ସଂନିରୀକ୍ଷଣ ପଦ୍ଧତି ଓ ତ୍ୱରିତ ନିୟନ୍ତ୍ରଣ ଉପାୟ ଦ୍ୱାରା କୀଟ ଓ ରୋଗ ଦାଉରୁ ଫସଲହାନି ରୋକିବା
- କୃଷକ ମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ସରକାରୀ ଯୋଜନାର ସମ୍ପାଦନା କରିବା
- ଆତ୍ମା ଯୋଜନାର ସମ୍ପାଦନା ଦ୍ୱାରା ରାଜ୍ୟକୁ କୃଷି, ଉଦ୍ୟାନ କୃଷି, ପଶୁପାଳନ ଓ ମତ୍ସ୍ୟପାଳନ ସଂସ୍କାରରେ ସହାୟତା କରିବା
କାର୍ଯ୍ୟକ୍ରମ
ବାର୍ଷିକ ଖରିଫ କାର୍ଯ୍ୟ ଯୋଜନାର ପ୍ରସ୍ତୁତି, ବାର୍ଷିକ ରବି କାର୍ଯ୍ୟ ଯୋଜନା, ବୀଜ ଯୋଗାଣ, ରାସାୟନିକ ସାର ବଣ୍ଟନ, ରାସାୟନିକ ସାର ବିକ୍ରୟରେ ପ୍ରବର୍ତ୍ତନ, ଶ୍ରୀ ପଦ୍ଧତିରେ ଧାନଚାଷ ପ୍ରଦର୍ଶନ, ମକା ଉତ୍ପାଦନ ପ୍ରଦର୍ଶନ, କୃଷକ କ୍ଷେତ୍ର ବିଦ୍ୟାଳୟ (ଆଇ. ପି. ଏମ.), ଆଖୁ ଉତ୍ପାଦନ, ଡାଲିଜାତୀୟ ଶସ୍ୟ ଉତ୍ପାଦନ, ତୈଳବୀଜ ଉତ୍ପାଦନ, ମାଣ୍ଡିଆ ଉତ୍ପାଦନ, ମିନିକିଟ ବଣ୍ଟନ, କୀଟ ଓ ରୋଗ ନିରୂପଣ ଏବଂ ତାହାର ନିୟନ୍ତ୍ରଣ,
ପି.ପି. ରସାୟନ ଓ ଯନ୍ତ୍ର, ପମ୍ପ ସେଟ, ଟ୍ରାକ୍ଟର, ପାୱାର ଟିଲର, ପାୱାର ଚାଳିତ କୃଷି ଉପକରଣ, ଧାନ କଟା ଯନ୍ତ୍ର, ଧାନ ପ୍ରତିରୋପଣ ଯନ୍ତ୍ର, ମିଳିତ ଅମଳ ଯନ୍ତ୍ର ଓ ସବସିଡିରେ ବଳଦଟଣା କୃଷି ଉପକରଣର ବିକ୍ରୟ.
ସାଧାରଣ କୂପ ଓ ନଳକୂପ ଖୋଳାଇବା ଏବଂ ନଦୀରୁ ଉଠା ଜଳସେଚନ ବ୍ୟବସ୍ଥା କରାଇବା
ଜିଲ୍ଲାର କୃଷି ରୂପରେଖ
ବୃଷ୍ଟିପାତ ଅବସ୍ଥା ଅନୁସାରେ
- ଉଚ୍ଚ ଜମିରେ ମକା, ଆଖୁ, ମାଣ୍ଡିଆ, ଡାଲିଜାତୀୟ ଶସ୍ୟ, ତୈଳବୀଜ, ପରିବା, ମସଲା ଶସ୍ୟ, ତନ୍ତୁଜାତୀୟ ଶସ୍ୟ ଆଦି ଉତ୍ପାଦନ କରାଯାଏ.
- ମଧ୍ୟମ ଜଳସେଚିତ ଜମିରେ ଧାନ ଓ ଆଖୁ ଚାଷ କରାଯାଏ
- ଅନୁଚ୍ଚ ଜମି ଗୁଡିକରେ ଧାନ ଚାଷ କରାଯାଏ.
କାର୍ଯ୍ୟକ୍ରମ 1 | କାର୍ଯ୍ୟକ୍ରମ 2 | କାର୍ଯ୍ୟକ୍ରମ 3 |
---|---|---|
ଧାନ | ମକା | ଡାଲି |
ଧାନ | ଧାନ | – |
ପରିବା | ପରିବା | ପରିବା |
ଧାନ | ପରିବା | ପରିବା |
ଧାନ | ଚିନାବାଦାମ | – |
ମକା | ପରିବା | – |
ସାଧାରଣତଃ ଧାନ, ଆଖୁ, ମକା, ସୂର୍ଯ୍ୟମୁଖୀ ଫୁଲ, ଚିନାବାଦାମ, ଡାଲି, ଗହମ ଓ ପାରିବ ଉତ୍ପାଦନ କର ଯାଇଥାଏ.
ସ୍ୱତନ୍ତ୍ର ଶସ୍ୟ
ମକା, ଆଖୁ ଓ ପରିବା ସହ ନିମ୍ନରେ ଦିଆଯାଇଥିବା ଶସ୍ୟ ମଧ୍ୟ ଚାଷ କର ଯାଇଥାଏ
- ଧାନ
- ମକା
- ଆଖୁ
- ଚିନାବାଦାମ
- ବିରି
- ମୁଗ
- ହରଡ
- ମାଣ୍ଡିଆ
- ରାଶି
- ଅନ୍ୟାନ୍ୟ ଶସ୍ୟ
ଉଦ୍ୟାନ
ଜିଲ୍ଲାର ଡାବୁଗାଁ (25.58 ହେକ୍ଟର) ଓ ଉମରକୋଟ ସହରରେ ଦୁଇଟି ସରକାରୀ ଫାର୍ମ ଅବସ୍ଥିତ. ଉକ୍ତ ଫାର୍ମରେ ଖରିଫ ଋତୁରେ ମୁଖ୍ୟତଃ ବୀଜ ଉତ୍ପାଦନ କାର୍ଯ୍ୟ କରାଯାଇଥାଏ. ମୂଳ ବୀଜ ଏବଂ ପ୍ରମାଣିତ ବୀଜ ଉତ୍ପାଦନ କରାଯାଇ ଓଡିଶା ରାଜ୍ୟ ବୀଜ ନିଗମ ଲିଃ ଦ୍ୱାରା କୃଷକ ମାନଙ୍କୁ ଯୋଗାଇ ଦିଆଯାଏ.