ରାଷ୍ଟ୍ରୀୟ ସୂଚନା-ବିଜ୍ଞାନ କେନ୍ଦ୍ର
ଏନ.ଆଇ.ସି କାର୍ଯ୍ୟାଳୟ ଏକ ସୁବ୍ୟବସ୍ଥିତ ନେଟୱର୍କ, ଯୋଗାଯୋଗ, ଓ ଭିଡିଓ-କନଫେରେନସିଂ ଏବଂ ଅନ୍ୟାନ୍ୟ ବୈଷୟିକ ସୁବିଧା ସହ କଲେକ୍ଟୋରେଟ ପରିସର ମଧ୍ୟରେ ଅବସ୍ଥିତ. ଏହା 34 ଏମ.ବି.ପି.ଏସ ଅପ୍ଟିକାଲ ଫାଇବର ଯୋଗେ ନିରବିଛିନ୍ନ ଲିଜ ସର୍କିଟ ଦ୍ୱାରା ଭୁବନେଶ୍ୱର ସହ ସଂଯୁକ୍ତ, ଯାହା ଠାରୁ ପାଖାପାଖି 40 ଟି ନୋଡ ଜିଲ୍ଲା କାର୍ଯ୍ୟାଳୟ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଜିଲ୍ଲା ନ୍ୟାୟାଳୟ ପରିସରକୁ ସମ୍ପ୍ରସାରିତ କରାଯାଇଛି. ଏନ.ଆଇ.ସି ଦ୍ୱାରା ନିଯୁକ୍ତ ଦୁଇଜଣ ଇଂଜିନିୟରଙ୍କ ଦ୍ୱାରା 24X7 ଭିତ୍ତିରେ ବ୍ୟବହାରକାରୀ ମାନଙ୍କୁ ନେଟୱର୍କ ସହାୟତା ଯୋଗାଇ ଦିଅ ଯାଉଛି. ଏହା ଛଡା ଏନ.ଆଇ.ସି ଦ୍ୱାରା ଉଚ୍ଚ କାର୍ଯ୍ୟାଳୟ ସହ ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗମାନଙ୍କ ମଧ୍ୟ ରେ ବୈଠକ ପାଇଁ ଏକ ହାଇ ଡେ଼ଫିନିଶନ ଆଧୁନିକ ଭିଡିଓ କନଫରେନସିଂ ବ୍ୟବସ୍ଥା ମଧ୍ୟ ଯୋଗାଇ ଦିଅ ଯାଏ. ଏହି କାର୍ଯ୍ୟାଳୟ ବର୍ତ୍ତମାନ ଜଣେ ଜିଲ୍ଲା ସୂଚନା-ବିଜ୍ଞାନ ଅଧିକାରୀ ଏବଂ ଦୁଇ ଜଣ ଇଂଜିନିୟରଙ୍କ ଦ୍ୱାରା ପରିଚାଳିତ, ଯାହାଙ୍କ ଦ୍ୱାରା ଦୈନନ୍ଦିନ ସରକାରୀ କାର୍ଯ୍ୟ ସହିତ ନିମ୍ନ ଲିଖିତ ମୁଖ୍ୟ କାର୍ଯ୍ୟ ଗୁଡିକ ସମ୍ପାଦନ କର ଯାଇଥାଏ
- ସାଧାରଣ ନିର୍ଵାଚନ
- ପଂଚାୟତ ସାଧାରଣ ନିର୍ବାଚନ
- ଜିଲ୍ଲାର ସରକାରୀ ୱେବସାଇଟ ନିୟନ୍ତ୍ରଣ
- ଇ-ମେଲ ଏବଂ ଇଣ୍ଟରନେଟ ସୁବିଧା
- ଭିଡିଓ କନଫରେନ୍ସ ସୁବିଧା
- ବିଭିନ୍ନ ବିଭାଗ ପାଇଁ ପ୍ରକଳ୍ପ/ସଫ୍ଟୱେର ର କାର୍ଯ୍ୟାନ୍ୱୟନ ଯଥା
- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
- ଅଭିଯୋଗ
- ମହିଳା ଓ ଶିଶୁ ବିକାଶ
- ଶିକ୍ଷା
- ପଞ୍ଚାୟତିରାଜ
- ସାଧାରଣ ପ୍ରଶାସନ ଇତ୍ୟାଦି